Advertisement

ରେଳ ଅନୁଦାନ ଓଡ଼ିଶା ପାଇଁ ନୈରାଶ୍ୟଜନକ: ମନ୍ତ୍ରୀ

ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ ବୋଲି ଗୁରୁବାର ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ସେ କହିଛନ୍ତି, ଯେତିକି ଦାବି କରିଥିଲୁ ତାହା ମିଳିନାହିଁ। ନୂଆ ଲାଇନ କିଛି ଦିଆଯାଇନାହିଁ। ଏପରି କି ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ପରେ ବି ଅବହେଳା କରାଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଚଳିତବର୍ଷର ବ୍ୟୟବରାଦ ଗତବର୍ଷଠାରୁ ୨୨୦ କୋଟି ଟଙ୍କା କମ୍‌ ରହିଛି। ପୂର୍ବତଟ ରେଳପଥ ଲାଗି ଚଳିତ ଥର ୫,୮୬୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦକୁ ୪,୩୭୩ କୋଟି ଟଙ୍କା ଏଥିମଧ୍ୟରେ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share