ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ଆଙ୍କୁଲି ରେଳ ଫାଟକ ନିକଟ ରେଳଧାରଣା ପାର୍ଶ୍ୱରୁ ଜିଆର୍ପି ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସିଦ୍ଧାନ୍ତ କୁମାର କୋଠିଆ (୧୮)। ସେ ଜଣେ ଆଇଆଇଟି ଛାତ୍ର ବୋଲି ପୋଲିସ କହିଥିବାବେଳେ ମୃତଦେହ ଉଦ୍ଧାର କରି କେସ୍ ନଂ. ୫୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଟ୍ରେନ୍ରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।