ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର ଅଫିସ,୧୯।୧: ବାଲେଶ୍ୱର ଷ୍ଟେଶନ ପାଖ ଅଡ଼ର ବଜାର ନିକଟ ରେଳ ଧାରଣାରୁ ରବିବାର ସକାଳେ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ସିଙ୍ଗଳା ଥାନା ଅଞ୍ଚଳର ସୁରୂପା ମହାନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସକାଳେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରେଲ୍‌ଓ୍ବେ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି।