Categories: ରାଜ୍ୟ

ରେଳ ଧାରଣାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଇଣ୍ଡା,୧୨।୧୧(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳପଥର କିଶୋରନଗର ଥାନା ଖଇରମୁଣ୍ଡା ନିକଟସ୍ଥ ରେଳଧାରଣା ପରିସରରୁ ମଙ୍ଗଳବାର ହଣ୍ଡପା ଥାନା ଠେଲକନାଳୀ ଗ୍ରାମର ସୁଲୁ ପ୍ରଧାନ(୧୮) ଜଣେ ଯୁବକଙ୍କ ମୃତଦେହକୁ କିଶୋରନଗର ପୋଲିସ ଉଦ୍ଧାର କରିଛି। ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ରେଳଧାରଣାରେ ପକାଇ ଦେଇଥିବା ଠେଲକନାଳୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୋଲିସ କହିଛି, ସୁଲୁ ଏକ ଟ୍ରାକ୍ଟରରେ ଡ୍ରାଇଭର ଭାବେ କାମ କରୁଥିବାବେଳେ ସୋମବାର ରାତିରେ ଘରୁ ପଳାଇ ଆସିଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଶୌଚ ପାଇଁ ଯାଇଥିବା ଖଇରମୁଣ୍ଡା ଅଞ୍ଚଳର କିଛି ଯୁବକ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଖବରପାଇ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଲୁଙ୍କ ମୃତଦେହ ଜବତ କରିଥିଲେ। ଏ ନେଇ ନଂ. ୧୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆଇଆଇସି ପ୍ରତିଭା ମାଝି କହିଛନ୍ତି, ସୁଲୁଙ୍କୁ ମାରି ଦିଆଯାଇଥିବା ଆମ ପାଖରେ କେହି ଅଭିଯୋଗ କରିନାହାନ୍ତି। ସେ ଘରୋଇ କଳିକୁ କେନ୍ଦ୍ର କରି ଆତ୍ମହତ୍ୟା କରିଛନ୍ତି।

Share