ରେଳ ବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: ଯେତିକି ନଉଛ, ସେତିକି ଦିଅ: ଶ୍ରୀକାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ):
ଓଡ଼ିଶା ପାଇଁ ରେଳ ବଜେଟରେ ଚଳିତବର୍ଷ ମାତ୍ର ୫, ୦୦ କୋଟି ବ୍ୟୟ ଅଟକଳ ରଖାଯାଇଛି। ପ୍ରକୃତରେ ଦେଖିବାକୁ ଗଲେ ଓଡ଼ିଶାକୁ ମାତ୍ର ୩୧ ହଜାର କୋଟି ଟଙ୍କା ଦେବାକୁ ଅଟକଳ କରାଯାଇଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।ଗୁରୁବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଶ୍ରୀକାନ୍ତ କହିଛନ୍ତି ଯେ, ଓଡ଼ିଶାଠାରୁ କେନ୍ଦ୍ର ଯେତିକି ନଉଛି ସେତିକି ଦେଉ। ଗତବର୍ଷ ପ୍ରାୟ ୨ ହଜାର କୋଟି ଟଙ୍କା କାମ ନ ହୋଇ କେନ୍ଦ୍ରକୁ ଫେରିଯାଇଥିଲା ଏବଂ ପ୍ରତ୍ୟେକ ବର୍ଷ ମଧ୍ୟ ଏହା ଘଟୁଛି। ଯାହା କେବଳ କାଗଜପତ୍ରରେ ଟଙ୍କା ଆସୁଛି। ଏହାଦ୍ୱାରା ଓଡ଼ିଶାର ରେଳ ବିକାଶ ପାଇଁ ଯାହା ନୂ୍ୟନତମ ଆବଶ୍ୟକତା ସେଗୁଡିକ ମଧ୍ୟ ହୋଇପାରିବ ନାହିଁ।  ଏଚ.ଡି. ଦେବେଗୌଡା ପ୍ରଧାନମନ୍ତ୍ରୀ ଓ ରାମବିଳାସ ପାଶ୍ୱାନ ରେଳ ମନ୍ତ୍ରୀ ଥିବା ସମୟରେ ଓଡ଼ିଶାର ଦୀର୍ଘଦିନର ଦାବି ଇଷ୍ଟକୋଷ୍ଟ ରେଳବାଇ ଜୋନ୍‌ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଓଡ଼ିଶାରେ ନୂଆ ଜୋନ୍‌ ଅଫିସ ପ୍ରତିଷ୍ଠା ସହିତ ହରିଦାଶପୁର-ପାରାଦୀପ, ତାଳଚେର-ସୁକିନ୍ଦା, ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ନୂଆ ଲାଇନକୁ କେନ୍ଦ୍ର ମନ୍ତ୍ରୀସଭା ଗ୍ରହଣ କରିବା ସଙ୍ଗେସଙ୍ଗେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତାଳଚେର-ସମ୍ବଲପୁର ଲାଇନକୁ ପ୍ରାୟ ୨ଶହ କୋଟି ଟଙ୍କା ଦେଇ ସମ୍ପୂର୍ଣ୍ଣ କରାଯାଇଥିଲା। ରାୟଗଡ଼ା-କୋରାପୁଟ ଲାଇନ ଓ ଟନେଲ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଗଲା। ସେହିଭଳି ରୁପ୍‌ସା-ବାଙ୍ଗିରିପୋଶୀ ଲାଇନକୁ ଦୋହରୀକରଣ କରାଯାଇଥିଲା। ଓଡ଼ିଶାର ଅନ୍ୟ ରେଳ ଲାଇନଗୁଡିକର ଦୋହରୀକରଣ ସଙ୍ଗେସଙ୍ଗେ ଭବାନିପାଟଣାକୁ ମଧ୍ୟ ରେଳ ସଞ୍ଜୋଗ କରାଗଲା। ଚଳିତ ରେଳ ବଜେଟରେ ନୂଆ ରେଳ ଲାଇନ ଦୂରର କଥା ଯେଉଁ ରେଳ ପ୍ରୋଜେକ୍ଟ ୨୩ ବର୍ଷ ତଳୁ ଆରମ୍ଭ କରାଯାଇଥିଲା ସେଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ଆବଶ୍ୟକୀୟ ଅର୍ଥ ଦିଆଯାଇନାହିଁ। (ଇସିଆର)ଇଷ୍ଟକୋଷ୍ଟ ରେଳଜୋନ ପ୍ରତିଷ୍ଠା ପରଠାରୁ ଏହା ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ରେଳ ମନ୍ତ୍ରଣାଳୟକୁ ପ୍ରତିବର୍ଷ ୨୦ରୁ ୨୫ ହଜାର କୋଟି ଟଙ୍କା ଦେଉଥିବା ବେଳେ ଏହାର ଏକ ଚତୁର୍ଥାଂଶ ଅର୍ଥ ଓଡ଼ିଶାକୁ ମିଳୁନାହିଁ। ରେଳ ମନ୍ତ୍ରଣାଳୟରେ ସମୁଦାୟ ୨୦ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ଓଡ଼ିଶା ଲୋକଙ୍କ ସଂଖ୍ୟା ଅତି ନଗଣ୍ୟ। ଟଙ୍କା ଅଧିକ ଓଡ଼ିଶା ଦେବ ଅଥଚ ଆମ ପିଲାଙ୍କ ଚାକିରି ରେଳ ମନ୍ତ୍ରଣାଳୟରେ ନାହିଁ। ଆମ ଟଙ୍କାରେ ଅନ୍ୟ ସ୍ଥାନରେ ରେଳ ଲାଇନ, ମେଟ୍ରୋ ଲାଇନ ଏବଂ ରେଳ ଯାତ୍ରୀ ସୁବିଧା ମିଳିବ। ରାଜ୍ୟ ଅର୍ଥରେ ଅନ୍ୟ ସ୍ଥାନର ରେଳଯାତ୍ରୀଙ୍କୁ ସବ୍‌ସିଡି (ପ୍ରତି ପାସେଞ୍ଜର ଗୋଟିଏ କି.ମି. ପିଛା ୪୬ପଇସା) ମିଳିବ। ମାତ୍ର ଓଡ଼ିଶାରେ ଦେଶର ସବୁଠୁ କମ୍‌ ଲୋକ ରେଳରେ ଯାତ୍ରା କରନ୍ତି ା କାରଣ ଅଧିକ ଟ୍ରେନ୍‌ ନାହିଁ କି ଅଧିକ ରେଳ ଲାଇନନାହିଁ। ଯେତିକି ଅର୍ଥ ଓଡିଶାଠାରୁ ନେଉଛ ସେତିକି ଦିଅ ଏବଂ ଏହାସହ ବେକାର ଯୁବତୀ,ଯୁବକଙ୍କୁ ନିଯୁକ୍ତି ଦିଅ ବୋଲି ଶ୍ରୀକାନ୍ତ କହିଛନ୍ତି। ଓଡିଶା ସରକାର ତୁରନ୍ତ ରେଳ କର୍ପୋରେଶନ ପ୍ରତିଷ୍ଠା କରି ମାଲ ପରିବହନ ବ୍ୟବସ୍ଥାକୁ ନିଜ ହାତରେ ରଖନ୍ତୁ। ଏହାଦ୍ୱାରା ବାର୍ଷିକ ରାଜ୍ୟକୁ ଅତି କମ୍‌ରେ ୧୦ ହଜାର କୋଟି ଟଙ୍କାର ଲାଭ ମିଳିବ। ଏହାସହ ବେକାର ଯୁବତୀ, ଯୁବକମାନେ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri