The Minister of State (Independent Charge) for Statistics and Programme Implementation, Shri Srikant Kumar Jena addressing a Press Conference on MPLADS Fund to Phailin/flood affected area of Odisha, , in New Delhi on November 18, 2013.
ଭୁବନେଶ୍ୱର,୬ା୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରେଳପଥ ପକ୍ଷରୁ ବିଭିନ୍ନ ରେଳ ଜୋନ୍କୁ ଅନୁଦାନ ପ୍ରଦାନ କରାଯାଇଛି। ହେଲେ ଏହି ଅନୁଦାନ ପୂର୍ବତଟ ରେଳପଥ ତଥା ଓଡ଼ିଶା ପକ୍ଷରୁ ପ୍ରଦାନ କରାଯାଉଥିବା ରାଜସ୍ବ ତୁଳନାରେ ନଗଣ୍ୟ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଙ୍ଗଳବାର କହିଛନ୍ତି। ଶ୍ରୀକାନ୍ତ କହିଛନ୍ତି ଯେ, ଚଳିତ ବଜେଟରେ ନୂଆ ରେଲଲାଇନ ତ ଦୂରର କଥା, ୨୩ ବର୍ଷ ତଳୁ ଆରମ୍ଭ କରାଯାଇଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅର୍ଥ ଦିଆଯାଇ ନାହିଁ। ଇଷ୍ଟକୋଷ୍ଟ ରେଳଜୋନଠାରୁ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ଆଦାୟ କରାଯାଉଛି। ହେଲେ ଏହାର ୫୦ ପ୍ରତିଶତ ଅନୁଦାନ ଏହି ରେଳପଥ ଜୋନ୍ ପାଉ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ସେହିପରି ଓଡ଼ିଶାରୁ ଯାଉଥିବା ରାଜସ୍ବରେ ଅନ୍ୟ ରାଜ୍ୟରେ ନୂଆ ପ୍ରକଳ୍ପ କରାଯିବ। କାହିଁକି ଓଡ଼ିଶାରେ ନୂତନ ଆଧୁନିକ ରେଲକୋଚ୍ ଫ୍ୟାକ୍ଟରି ହେବ ନାହିଁ। ରେଳପଥ ଅନ୍ୟ ରାଜ୍ୟରେ ମେଡିକାଲ କଲେଜ ଓ ବିଶାଳ ସ୍ପୋର୍ଟସ୍ କମ୍ପଲେକ୍ସ କରୁଛି। ତେବେ ରାୟଗଡ଼ା ଓ କେନ୍ଦୁଝର ଭଳି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରୁନାହିଁ କାହିଁକି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି। ଅନୁରୂପଭାବେ ସମାଜବାଦୀ ପାର୍ଟି, ଓଡ଼ିଶା ମୁଖ୍ୟ ରବି ବେହେରା ମଧ୍ୟ ବଜେଟ ଅନୁଦାନ ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ରବି କହିଛନ୍ତି ଯେ, ପୂର୍ବାପେକ୍ଷା ଅନୁଦାନ ହ୍ରାସ ପାଇଛି। ପଡ଼ୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ରେଳପଥର ଉପସ୍ଥିତି ବହୁତ କମ୍ ରହିଛି। ତେଣୁ ରେଳପଥ କ୍ଷେତ୍ରରେ ଅଧିକ ଅନୁଦାନ ଏବଂ ପ୍ରାଧାନ୍ୟ ପାଇଁ ରାଜ୍ୟର ଏମ୍ପିମାନେ ସଂସଦରେ ସ୍ବର ଉଠାନ୍ତୁ।