ରେଳ ବୋର୍ଡ ଅଧ୍ୟକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଫାଟକ ବନ୍ଦ ଫଳରେ ଆମ୍ବୁଲାନ୍ସ ଅଟକି ରହିବା ଯୋଗୁ ସାପ କାମୁଡାରେ ଗୁରୁତର ଥିବା ରେଖା ବାଗ ନାମ୍ନୀ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନର ରେଳ ବୋର୍ଡର ଅଧ୍ୟକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, କେସିଙ୍ଗା ବ୍ଲକ ବେଲଖଣ୍ଡି ଗାଁର ରେଖାଙ୍କୁ ବିଷଧର ସାପ କାମୁଡ଼ିବାରୁ ସେ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସରେ କେସିଙ୍ଗା ହସ୍ପିଟାଲକୁ ଆଣୁଥିଲେ। ମାତ୍ର ରେଳ ଫାଟକ ଅଧ ଘଣ୍ଟା ବନ୍ଦ ହୋଇ ରହିଥିଲା। ଫଳରେ ରେଖା ହସ୍ପିଟାଲ ପହଞ୍ଚତ୍ଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share