ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ…

ଆମେରିକା ଏରିଜୋନାରେ ରହିଛି ଏକ ରେଷ୍ଟୁରାଣ୍ଟ। ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଳୟ ଭଳି। ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ। ଏଠି ଗ୍ରାହକଙ୍କୁ ଚିକିତ୍ସାଳୟର ଅନୁଭୁତି ମିଳିଥାଏ। ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀର ନାମ ହାର୍ଟଆଟାକ୍‌ ସହିତ ସାମ୍ୟତା ରକ୍ଷା କରିଥାଏ। ରେଷ୍ଟୁରାଣ୍ଟରେ ମିଳୁଥିବା ବର୍ଗର ଆଇଟମ୍‌କୁ ବାଇପାସ୍‌ କୁହାଯାଇଥାଏ। ସେହିପରି ଅନ୍ୟ ଖାଦ୍ୟ ପଦାର୍ଥ ମଧ୍ୟରେ ବ୍ଲଡ୍‌ ପ୍ରେସର, ଆଞ୍ଜିନା ପେନ୍‌, ଓପନ ସର୍ଜରୀ, ଆଞ୍ଜିନୋପ୍ଲାଷ୍ଟି, ଇସିଜି, କାର୍ଡିଆକ୍‌ ଫେଲ୍ୟୁଅର ପ୍ରଭୃତି ରହିଛି। ଏଠାରେ ଖାଇବା ପାଇଁ ଗ୍ରାହକଙ୍କୁ ୨ ମାସ ପୂର୍ବରୁ ଟେବୁଲ୍‌ ବୁକ୍‌ କରିବାକୁ ପଡ଼ିଥାଏ। ରେଷ୍ଟୁରାଣ୍ଟରେ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ରହିଥାଏ।

Share