Categories: ଜାତୀୟ

ରେସ୍ତୋରାଁରେ ମିଳିବ ମଦ

ବେଙ୍ଗାଲୁରୁ,୯।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଚାଲିଛି ଲକ୍‌ଡାଉନ। ତେବେ ଲକ୍‌ଡାଉନ ୩.୦ରେ କିଛିଟା ନିୟମ କୋହଳ କରାଯାଇଛି। ଏମିତିକି ସରକାର ମଦ ବିକ୍ରିପାଇଁ ଅନୁମତି ଦେବା ପରେ ଦୋକାନ ସାମ୍ନାରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ କିଛି ରାଜ୍ୟରେ ମଦ ବିକ୍ରିକୁ ବନ୍ଦ କରାଯିବା ସହ ଏହାର ବିକଳ୍ପ କଥା ଚିନ୍ତା କରାଯାଇଛି। ଯେମିତିକି ଅନ୍‌ଲାଇନରେ ମଦ ଡେଲିଭରି ଦେବାକୁ କିଛି ରାଜ୍ୟ ଚିନ୍ତା କରିଛନ୍ତି। ସେହିପରି କର୍ନାଟକ ସରକାର ଏବେ ରେସ୍ତୋରାଁ, ବାର ଓ ପବରେ ମଦ ବିକ୍ରିପାଇଁ ଅନୁମତି ଦେଇଛନ୍ତି। ହେଲେ ଏମାନେ କେବଳ ରିଟେଲ ପ୍ରାଇସରେ ମଦ ବିକ୍ରି କରିବେ ବୋଲି କୁହାଯାଇଛି। ମେ’ ୧୭ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯିବ। ଏହାକୁ ନେଇ ବ୍ୟବସାୟୀମାନେ ଖୁସିଥିବା ବେଳେ ଗତ ୨ ମାସ ହେଲା ଯେଉଁ କ୍ଷତି ସହିଲେଣି ଏବେ ସରକାର କିଛି ପରିମାଣରେ କୋହଳ କଲେ ସେମାନେ ପୁଣିଥରେ ବ୍ୟବସାୟ ବଢାଇ ପାରିବେ ବୋଲି କହିଛନ୍ତି।

Share