ରୋଗକୁ ନେଇ କେବେ ଚିନ୍ତିତ ହୁଅନ୍ତୁ ନାହିଁ:ସୋନାଲି ବେନ୍ଦ୍ରେ

ଗ୍ରେଡ୍‌ କ୍ୟାନ୍‌ସରରୁ ଆରୋଗ୍ୟ ଲାଭ କରିବା ପରେ ସାଧାରଣ ଜୀବନକୁ ଧୀରେ ଧୀରେ ଫେରୁଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସର ପୀଡ଼ିତ ହେବାର ଏକ ବର୍ଷ ପୂରଣ ହେବା ପରେ ନିଜର ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଛାଡିଛନ୍ତି। ଯାହାର ନାମ ଦେଇଛନ୍ତି ‘ନ୍ୟୁ ନର୍ମାଲ୍‌’ ଲୁକ୍‌। ଏହି ଫଟୋରେ ସୋନାଲୀ ତାଙ୍କର ପୁରୁଣା ଓ ନୂଆ ଫଟୋକୁ ଯୋଡ଼ି ପୂର୍ବ ଓ ପରର କ୍ୟାନ୍‌ସର୍‌କୁ ଦେଖାଇଛନ୍ତି। ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି ରୂପାଲୀ କୌରଙ୍କ ପୁସ୍ତକ ‘ମିଲ୍‌କ ଏଣ୍ଡ୍‌ ହନି’ର କିଛି ଅଂଶ ଲେଖିଛନ୍ତି। ନିଜ ଯନ୍ତ୍ରଣାକୁ ନେଇ ମଜବୁତ ହୋଇ ରୁହ, ଏହା ମୋତେ ଫୁଲ ପରି ଫୁଟିବାର ସାହାଯ୍ୟ କରିଛି। ସେ ତାଙ୍କର ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Share