ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରେ ତୁଳସୀ ଚେର

ଆୟୁର୍ବେଦ ଏବଂ ଚୀନ୍‌ ଔଷଧୀୟ ବିଜ୍ଞାନରେ ତୁଳସୀ ଚେରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହୌଷଧି ଭାବେ ବିବେଚନା କରାଯାଇଛି। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା ସମ୍ପର୍କରେ ଜାଣିଥାନ୍ତି, କିନ୍ତୁ ଏହାର ଚେର ବି ବେଶ ଉପକାରୀ। ଜାଣି ଆଶ୍ଚର୍ଯ୍ୟ ହେବେ, ତୁଳସୀ ଚେର ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାର ନିଦାନ ଦେଇଥାଏ। ତୁଳସୀ ଚେରରେ ଥିବା ଆଣ୍ଟିଇନ୍‌ଫ୍ଲାମେଟରୀ ଗୁଣ ଶରୀରର ଯେକୌଣସି ଅଂଶରେ ଯନ୍ତ୍ରଣା ଏବଂ ଫୁଲା ସମସ୍ୟାକୁ ଦୂର କରିଥାଏ। ଏହାକୁ ଡାଇରିଆ ଭଲ କରିବାରେ ମଧ୍ୟ ଉପଯୋଗ କରାଯାଏ। ତୁଳସୀ ଚେରରେ ମହଜୁଦ୍‌ ଫ୍ଲାବୋନଏଡ୍‌ ଏବଂ ଫେନୋଲିକ୍‌ ତତ୍ତ୍ୱ ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରର କୋଷିକାକୁ ସୁସ୍ଥ ରଖିବା ସହ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିଥାଏ।