Categories: ଫୁରସତ

ରୋଗୀଙ୍କ ଗଳାରୁ ବାହାରୁଥିଲା ରକ୍ତ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ବ୍ରିଟେନ୍‌ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍‌ ଜ୍ୟାକ୍‌ଙ୍କ ଗଳାରୁ ରକ୍ତ ବାହାରୁଥିଲା।  ଜ୍ୟାକ୍‌ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା। ଅପରେଶନ୍‌ ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏହାର କାରଣ ଜାଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଡାକ୍ତର ନାକ ପଟେ ଫାଇବର ଅପ୍ଟିକ୍‌ କ୍ୟାମେରା ସାହାଯ୍ୟରେ ଜାଣିଲେ ଗଳାରେ କିଛି ଜିନିଷ ଅଟକି ରହିଛି। ପରୀକ୍ଷା କରିବାରୁ ନାକରେ ଏକ ନକଲି ଦାନ୍ତ ଫସି ରହିଥିବା ଜଣାପଡ଼ିଲା। ଅପରେଶନ କରାଇ ଡାକ୍ତର ଗଳାରୁ ଦାନ୍ତଟିକୁ ବାହାର କରିଥିଲେ। ତେବେ ୬ ଦିନ ପରେ ଜ୍ୟାକ୍‌ଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି।

Share