Categories: ଜାତୀୟ

ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ କଲେ ସମ୍ପର୍କୀୟ

ମୁମ୍ବାଇ,୧୫।୭: ମୁମ୍ବାଇରେ ନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ନାୟର ହସ୍ପିଟାଲରେ ୩ ରେସିଡେନ୍ସ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ରାଜକିଶୋର ଦିକ୍ଷୀତ୍‌(୫୦) ନାମକ ଜଣେ ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା ଦର୍ଶାଇ ରୋଗୀଙ୍କ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇପଡ଼ି ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ର୍ଦୁବ୍ୟବହାର କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଡାକ୍ତରଙ୍କୁ ପରିବାର ଲୋକେ ମାଡ଼ ମାରିଥିଲେ। ଏନେଇ ଅଗ୍ରିପଦା ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Share