ରୋଗୀ ନେବା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦାବି କଲେ ଅର୍ଥ, ଭିଡିଓ ଭାଇରାଲ

ଜଳେଶ୍ୱର,୨୪।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତାର ଭିଡିଓ ଭାଇରାଲ ହୋଇଛି। ପ୍ରଥମେ ଡ୍ରାଇଭର ଜଣକ ୧ ହଜାର ଟଙ୍କା ମାଗିଥିଲେ। ରୋଗୀଙ୍କ ସମ୍ପର୍କୀୟ ୫ ଶହ ଟଙ୍କା ଦେବେ ବୋଲି ରାଜି ହେବାରୁ ଆମ୍ବୁଲାନ୍ସର ଡ୍ରାଇଭର ଜଣକ ଗାଡ଼ି ଗଡିବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ତେଣୁ ସମ୍ପର୍କୀୟ ଜଣକ ବାଧ୍ୟ ହୋଇ ୬୦୦ ଟଙ୍କା ଦେଇଥିଲେ।
ସୂଚନାଯୋଗ୍ୟ, ଭୋଗରାଇ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଭଉଣୀଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ଜଳେଶ୍ୱରର ଏକ ହସ୍ପିଟାଲ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ବରରୁ କଟକ ନେବା ପାଇଁ ପରିବାର ଲୋକେ ୧୦୮କୁ ଯୋଗାଯୋଗ କରିଥିଲେ। ଏହି ଗାଡ଼ିରେ ନେବା ସମୟରେ ଏଭଳି ଘଟିଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ପଚାରିବାରୁ କହିଛନ୍ତି।