ରୋଗ ଚିହ୍ନଟ କରିବ ମହୁମାଛି

ମହୁମାଛି ମଧ୍ୟ ରୋଗ ଚିହ୍ନଟ କରିପାରିବ। ଏପରି କଥା କାହାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହାପଛରେ ସତ୍ୟତା ରହିଛି ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ପର୍ତ୍ତୁଗାଲର ବିଶେଷଜ୍ଞମାନେ। ମହୁମାଛିର ଘ୍ରାଣଶକ୍ତି ଭାରି ପ୍ରଖର। ଏହାଦ୍ୱାରା ସେ କେତେକ ରୋଗ ବିଷୟରେ ସୂଚନା ଦେଇପାରିବ ବୋଲି ଜଣାପଡିଛି। ଏହି ଗବେଷଣା ପୂର୍ବରୁ ବିଶେଷଜ୍ଞମାନେ ‘ସୁସୈନ ସୋରେସ୍‌’ ନାମକ ଏକ ଉଚ୍ଚ ଶକ୍ତିସମ୍ପନ୍ନ ଡିଭାଇସ୍‌ ପ୍ରସ୍ତୁତ କରିଥିିଲେ। ଏହାକୁ ମହୁମାଛି ଶରୀରରେ ସଂଯୋଗ କରାଯିବା ପରେ ମହୁମାଛିକୁ ଏକ କାଚରେ ପ୍ରସ୍ତୁତ ଦୁଇଟି ଚାମ୍ବରବିଶିଷ୍ଟ ଜାର୍‌ ଭିତରେ ରଖାଯାଇଥିତ୍ଲା। ଗୋଟିଏ ଚାମ୍ବରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶ୍ୱାସକ୍ରିୟା ଚାଲୁ ରଖିତ୍ବାକୁ କୁହାଯାଇଥିିଲା। ଏହି ଶ୍ୱାସକ୍ରିୟାକୁ ନିଜର ଆଘ୍ରାଣ ଶକ୍ତିଦ୍ୱାରା ଗ୍ରହଣ କରିବା ପରେ ମହୁମାଛିଠାରୁ କେତେକ ରୋଗର ଲକ୍ଷଣ ବିଷୟରେ ସୂଚନା ମିଳିପାରିଥିତ୍ଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ମହୁମାଛିମାନେ ବାୟୁବାହିତ ଅଣୁକୋଷଗୁଡିକୁ ସହଜରେ ବିଶ୍ଳେଷଣ କରିପାରନ୍ତି। ଏହାକୁ ଅଧାର କରି ସେମାନଙ୍କ ଦ୍ୱାରା କେତେକ ରୋଗର ଲକ୍ଷଣ ବିଷୟରେ ଜାଣିବାକୁ ପର୍ତ୍ତୁଗାଲର ବିଶେଷଜ୍ଞମାନେ ଚେଷ୍ଟା କରି ସଫଳତା ହାସଲ କରିଛନ୍ତି।