Categories: ଜାତୀୟ

ରୋଗ ନିରୁପଣ ପାଇଁ ବ୍ୟବହାର କରାଯାଉଛି ଜ୍ୟୋତିଷଶାସ୍ତ୍ର

ଜୟପୁର,୨୮।୫: ରାଜସ୍ଥାନ ଜୟପୁରରେ ଥିବା ‘ୟୁନିକ ସଙ୍ଗିତା ମେମୋରିଆଲ୍‌ ହସ୍ପିଟାଲ’ରେ ଏବେ ରୋଗର ନିରୁପଣ ପାଇଁ ଚିକିତ୍ସା ବିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ରର ସାହାଯ୍ୟ ନିଆଯାଉଥିବା ଜଣାପଡିଛି। ପଣ୍ଡିତ ଏ. ଶର୍ମା କୁହନ୍ତି ସେ ଉକ୍ତ ହସ୍ପିଟାଲରେ ଦିନକୁ ୨୫-୩୦ଟି କୁଣ୍ଡଳୀ ଦେଖୁଛନ୍ତି। ତାଙ୍କର କହିବା କଥା ହେଲା କେବଳ ରୋଗ ନିରୁପଣ ପାଇଁ ଏଠାରେ ଜ୍ୟୋତିଷଶାସ୍ତ୍ର ବ୍ୟବହାର କରାଯାଉଛି। କିନ୍ତୁ ଚିକିତ୍ସା ପାଇଁ କେବଳ ଚିକିତ୍ସା ବିଜ୍ଞାନର ସାହାଯ୍ୟ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି। ତେବେ ସଠିକ୍‌ ରୋଗ ନିରୁପଣ ଏବଂ ସମୟ ବଞ୍ଚାଇବାକୁ ଏଠାରେ ଜ୍ୟୋତିଷଶାସ୍ତ୍ର ମାଧ୍ୟମରେ ରୋଗ ନିରୁପଣ କରାଯାଉଥିବା ସେ କହିଛନ୍ତି।

Share