ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ତୁଳସୀପତ୍ରର କାଢ଼ା

ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫର୍‌ମେଶନ ଅନୁସାରେ, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ତୁଳସୀପତ୍ର ବେଶ୍‌ ଲାଭଦାୟକ। ପ୍ରତି ସଂକ୍ରାମକ ରୋଗରୁ ଏହି ପତ୍ର ମୁକ୍ତି ଦେଇଥାଏ। ବିଶେଷକରି ତୁଳସୀ ପତ୍ରର କାଢ଼ା ଦେହ ପାଇଁ ଆହୁରି ଭଲ। ତେବେ ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ଏହାର କାଢ଼ା…

ସାମଗ୍ରୀ:
୧୦-୧୨ଟି ତୁଳସୀପତ୍ର
କିଛି ଡାଲ୍‌ଚିନ୍‌ ଏବଂ ଅଦା ଖଣ୍ଡ
୧-୨ ଗ୍ଲାସ ପାଣି

ପ୍ରସ୍ତୁତ ପ୍ରଣାଳୀ:
ଗୋଟିଏ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଫୁଟିଲେ ଏଥିରେ ତୁଳସୀପତ୍ର, ଅଦା, ଡାଲଚିନ୍‌ ଖଣ୍ଡ ପକାନ୍ତୁ। ଏହାକୁ ଅତି କମ୍‌ରେ ୧୫-୨୦ ମିନିଟ୍‌ ଭଲ ଭାବେ ଫୁଟାନ୍ତୁ। ଧ୍ୟାନ ରଖନ୍ତୁ ପାତ୍ରକୁ ଭଲ ଭାବରେ ଘୋଡ଼ାଇ ରଖିବେ। ଏହା ପରେ ଷ୍ଟ୍ରେନରେ ଛାଣି ଦିଅନ୍ତୁ। କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପରେ ଏହାକୁ ପିଅନ୍ତୁ। ସପ୍ତାହକୁ ଦୁଇଥର କାଢ଼ା ସେବନ କଲେ ଦେହ ପାଇଁ ବହୁତ ଭଲ।