ରୋଗ ପ୍ରତିରୋଧକ ଶକ୍ତି ଓ ଇବୋଲା ଭାଇରସ୍‌

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିଲେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରୁ। ତେଣୁ ଏଥିପ୍ରତି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଏକ ପ୍ରକାର ଭାଇରସ୍‌ ଯଦି ଆମ ଶରୀରରେ ନିଜର କାୟା ବିସ୍ତାର କରେ, ତେବେ ତାହାର ପ୍ରଭାବ ରୋଗ ପ୍ରତିରୋଧକ ଶକ୍ତି ଉପରେ ପଡ଼ିଥାଏ। ସେପରି ଏକ ଭାଇରସ୍‌କୁ ନିକଟରେ ଠାବ କରାଯାଇଛି। ଏ କ୍ଷେତ୍ରରେ ଇସାନ୍‌ ସ୍କୁଲ ଅଫ୍‌ ମେଡିସିନ୍‌ର ବିଶେଷଜ୍ଞମାନେ ସଫଳତା ହାସଲ କରିଛନ୍ତି। ଉକ୍ତ ଭାଇରସ୍‌ଟି ହେଲା ‘ଇବୋଲା’। ଏ ସମ୍ପର୍କରେ ସୂଚନା ଦେଇ ଏହି ଗବେଷଣାର ମୁଖ୍ୟ ତଥା ଉକ୍ତ ସ୍କୁଲ ଅଫ୍‌ ମେଡିସିନ୍‌ର ମାଇକ୍ରୋବାୟୋଲୋଜି ବିଭାଗର ଆସୋସିଏଟ୍‌ ପ୍ରଫେସର ଖ୍ରୀଷ୍ଟୋଫର ବାସଲିର କହନ୍ତି, ଏହି ଭାଇରସ୍‌ ନିଜର ବଂଶବିସ୍ତାର କରିବାକୁ ‘ଭିପି-୩୫’ ନାମକ ପ୍ରୋଟିନ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଇବୋଲା ଭାଇରସ୍‌ ଯୋଗୁ
ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ କିପରି ନିୟନ୍ତ୍ରଣ କରାଯିବ, ସେ ନେଇ ଚେଷ୍ଟା ଚାଲୁ ରହିଛି।