ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅମୃତଭଣ୍ଡା ପତ୍ର

ଆୟୁର୍ବେଦଶାସ୍ତ୍ରରେ ତୁଳସୀ, ଘିକୁଆଁରୀ ଓ ପୋଦିନା ପତ୍ରର ଅନେକ ଉପକାରୀ ଗୁଣ ରହିଥିବା ଉଲ୍ଲେଖ କରାଯାଇଛି। ଏବେ ଏହା ସହ ଯୋଡି ହୋଇଛି ଅମୃତଭଣ୍ଡା ପତ୍ର। ଏହି ପତ୍ରକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ତା’ ରସକୁ ଛାଣି ପିଇଲେ ଲାଭ ମିଳିବ।
* ଗବେଷଣାରୁ ଜଣାପଡିଛି ଯେ,ଅମୃତଭଣ୍ଡା ପତ୍ରର ରସରେ ପା୍ଲଜ୍‌ମୋଡିଷ୍ଟେଟିକ ଗୁଣ ରହିଥିବାରୁ ଏହା ମ୍ୟାଲେରିଆ ଉପଶମ କରିବାରେ ସାହାଯ୍ୟ କରିଥାଏ।
* ଡେଙ୍ଗୁ ଲାଗି ଏହା ଅମୋଘ ଅସ୍ତ୍ର ବୋଲି କୁହାଯାଏ। କୌଣସି ବ୍ୟକ୍ତି ଡେଙ୍ଗୁରେ ପୀଡିତ ହେଲେ ପ୍ଲେଟ୍‌ଲେଟସ୍‌୍‌ ଶୀଘ୍ର କମିଯାଏ। ଏହିି କାରଣରୁ ଶରୀରରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହି ପତ୍ରର ରସ ପିଇଲେ ପ୍ଲେଟ୍‌ଲେଟସ୍‌ ସଂଖ୍ୟା ବୃଦ୍ଧି ପାଇ ଯନ୍ତ୍ରଣା କମିଯାଏ।
* ଅମୃତଭଣ୍ଡା ପତ୍ରରେ ପେପିନ ନାମକ ତତ୍ତ୍ୱ ଓ ଆଲ୍‌କାଇଡ୍‌ ରହିଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଶରୀରରେ ସଂକ୍ରମଣକାରୀ ଭୂତାଣୁ ବ୍ୟାକ୍ଟେରିଆକୁ ପ୍ରବେଶ କରିବାରେ ବାଧା ଦେଇଥାଏ।
*ଅମୃତଭଣ୍ଡା ପତ୍ରରେ ପେପିନ୍‌, କାଇମୋପୋପିନ୍‌ ଆଦି ବହୁ ଆବଶ୍ୟକ ଫାଇବର୍‌ ରହିଛି ,ଯାହା ପାଚନ ତନ୍ତ୍ରକୁ ମଝଭୁତ କରେ ଓ ପେଟରୋଗରୁ ମୁକ୍ତିଦିଏ।