ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶୀତଦିନେ ଖାଆନ୍ତୁ ଏହି ରଙ୍ଗର ପନିପରିବା ଓ ଫଳ…

ଶୀତଦିନେ ଲାଲ୍‌ ରଙ୍ଗର ପନିପରିବା ଓ ଫଳ ଖାଇଲେ ବହୁ ଉପକାର ମିଳିଥାଏ। ଏସବୁ ପନିପରିବା ଓ ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ତେଣୁ ଶୀତଦିନେ ବିଟ୍‌, ସେଓ, ଲାଲ୍‌ କୋଶଳା ଶାଗ, ଲାଲ୍‌ କ୍ୟାପ୍ସିକମ୍‌, ଟମାଟୋ ଆଦି ଖାଇବା ଭଲ। ଏହାଦ୍ୱାରା ଶରୀରର ଗୋରାପଣ ବଜାୟ ରହିବା ସହିତ ଶରୀର ଫିଟ୍‌ ରହିଥାଏ। ଲାଲ ରଙ୍ଗର ପନିପରିବା ଓ ଫଳରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ ଏବଂ ବିଭିନ୍ନ ପ୍ରକାର ଖଣିଜ ଲବଣ ମହଜୁଦ୍‌ ରହିଥାଏ। ଫଳରେ ଶୀତଦିନେ ଚର୍ମର ମଏଶ୍ଚର ଏସବୁ ଦ୍ୱାରା ସ୍ବାଭାବିକ ରହିଥାଏ। ଅଭ୍ୟାସ କରି ଲାଲ୍‌ ରଙ୍ଗର ପନିପରିବା ଓ ଫଳ ଶୀତଦିନେ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ପାଚନ କ୍ରିୟା ନିୟନ୍ତ୍ରିତ ହୋଇଥାଏ।

Share