Categories: ମେଟ୍ରୋ

ରୋଗ ଯନ୍ତ୍ରଣା ସହି ନ ପାରି ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ ୧୧।୬(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ସେଠୀ ସାହିର ପ୍ରସନ୍ନ କୁମାର ସେଠୀ(୩୬) ରୋଗ ଯନ୍ତ୍ରଣା ସହି ନ ପାରି ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି।
ପ୍ରକାଶ ଯେ, ପ୍ରସନ୍ନ ଏକ ବିବାହ ଉତ୍ସବରେ ଯୋଗଦେବାକୁ ସୋମବାର ସ୍ତ୍ରୀ ଓ ପୁଅ ସହ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ପୁଅସହ ଘରକୁ ଫେରିଥିଲେ। ମଙ୍ଗଳବାର ସକାଳେ ପ୍ରସନ୍ନ ବେକରେ ରଶି ଲଗାଇ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛି। ଏ ନେଇ ଥାନାରେ ୧୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଏସ୍‌ଆଇ ବୈଷ୍ଣବ ମହାରଣା କହିଛନ୍ତି। ପ୍ରସନ୍ନ ରୋଗଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

Share