ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ

ବୁଗୁଡା,୧ା୫(ଡି.ଏନ୍‌.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ
କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍‌ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ ଦୋକାନ ବଜାର ବନ୍ଦ ହୋଇଛି। ଫଳରେ ଛୋଟ ଛୋଟ ବ୍ୟବସାୟୀ ଜୀବିକା ବଦଳାଇ ଅନ୍ୟ ପନ୍ଥା ଆପଣାଇଛନ୍ତି। ବୁଗୁଡାର ପାନ ଦୋକାନୀ ଶିବରାମ ସ୍ବାଇଁ ଏବେ ଫଳ ଦୋକାନ କରି ଗୁଜରାଣ ମେଣ୍ଟାଉ ଥିବାବେଳେ କୈଳାଶ ସାହୁ ଜଳଖିଆ ଦୋକାନ ବନ୍ଦ ଯୋଗୁ ଫଳ ବିକୁଛନ୍ତି। ଚା’ ଦୋକାନ କରି ପରିବାର ଚଳାଉଥିବା ସୀମା ପାତ୍ର ଏବେ ପନିପରିବା ବେପାର କରି କୁଟୁମ୍ବ ଚଳାଉଛନ୍ତି।