Advertisement

ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌ ଟ୍ରେନିଂ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୫୦ ଡଲାରର ଖାଇବା କାହିଁକି ଅର୍ଡର କରୁଛ ବୋଲି ମହିଳା ମ୍ୟାନେଜର ତାରେକ ହମଦାନଙ୍କୁ ପଚାରିଥିଲେ। ଏହାର ଜବାବରେ ତାରେକ କହିଥିଲେ ସେ ରୋଜା ରଖିଥିବାରୁ ଦିନସାରା କିଛି ଖାଇନାହାନ୍ତି। ଏହାପରେ ସେ ତାରେକଙ୍କୁ କିଛି ଅଭଦ୍ର ଟିପ୍ପଣୀ ଦେବା ସହ ୨୫ ମିନିଟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିଥିଲେ। ଏହି ଘଟଣାକୁ ତାରେକ ନିଜ ମୋବାଇଲେ ରେକର୍ଡ କରିଥିଲେ। ଏହି ଭିଡିଓକୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ପରେ ମହିଳା ମ୍ୟାନେଜରଙ୍କୁ ରେଷ୍ଟୁରାଣ୍ଟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share