ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବା ବସ୍‌କୁ ୧୩ ଲକ୍ଷ ଜରିମାନା

ବାଲେଶ୍ୱର ଅଫିସ୍‌, ୭ା୩(ଡି.ଏନ୍‌.ଏ.): ବାଲେଶ୍ୱର ପୋଲିସ ଲାଇନ ଛକରେ ଶନିବାର ପୂର୍ବାହ୍ନରେ ଏକ ଘରୋଇ ବସ୍‌କୁ ସିଜ୍‌ କରାଯିବା ସହିତ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି। ପୋଲିସ ସହାୟତାରେ ବାଲେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀମାନେ ଶ୍ରୀଲୋକନାଥ ନାମକ ଏକ ଘରୋଇ ବସ୍‌କୁ ସକାଳୁ ଅଟକାଇ ଥିଲେ। ଦୀର୍ଘଦିନ ଧରି ରୋଡ଼ ଟ୍ୟାକ୍ସ ଫାଙ୍କି ଚାଲୁଥିବା ଉକ୍ତ ବସ୍‌ଟିକୁ କଟକରୁ ଓ୍ବାରେଣ୍ଟି ଜାରି ହେବା ପରେ ବାଲେଶ୍ୱରଠାରେ ସିଜ୍‌ କରାଯାଇଥିଲା। ଉକ୍ତ ବସ୍‌କୁ ୧୩ ଲକ୍ଷ ୫ ହଜାର ଜରିମାନା କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।