Categories: ଜାତୀୟ

ରୋଡ୍‌ ରୋମିଓଙ୍କୁ ପେଟେଣ୍ଟ ମେଡିସିନ: ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର,୧୦।୧୨: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର। ରୋଡ୍‌ ରୋମିଓଙ୍କୁ ଉଚିତ ଶିକ୍ଷା ଦେଲେ ଆଣ୍ଟି ରୋମିଓ ସ୍କ୍ବାଡ୍‌। ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ସହରରେ। ମଙ୍ଗଳବାର ବିଠୁର କସ୍‌ବେର ଥିବା ଏକ ମହିଳା କଲେଜର ଛାତ୍ରୀଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିଥିଲେ। ଖବରପାଇବା ପରେ ଘଟଣାସ୍ଥଳରେ ବିଠୁର ଥାନାର ଆଣ୍ଟି ରୋମିଓ ସ୍କ୍ବାଡ୍‌ ପହଞ୍ଚିଥିଲେ। ଏହାପରେ ମହିଳା କନଷ୍ଟେବଳ ଯୁବକଙ୍କୁ ବିଚ୍‌ ରାସ୍ତାରେ ମାଡ଼ ମାରିଥିଲେ। ମାତ୍ର ୩୩ ସେକେଣ୍ଡରେ ସେ ଯୁବକଙ୍କୁ ୨୬ଥର ଜୋତାରେ ପିଟିଥିବା ଜଣାପଡ଼ିଛି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଅଭିଯୁକ୍ତ ଯୁବକଙ୍କ ନାଁରେ ଧାରା ୨୯୪ ଲଗାଇ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ବହୁଦିନରୁ କିଛି ଯୁବକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା।

Share