Categories: ଜାତୀୟ

ରୋଡ ଶୋ’ ସମୟରେ କେଜରିଓ୍ବାଲଙ୍କୁ ବିରୋଧ

ନୂଆଦିଲ୍ଲୀ, ୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓହ୍ଲାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲଗାତାର ନିର୍ବଚନୀ ପ୍ରଚାର କରୁଛନ୍ତି। ସୋମବାର ଦ୍ୱାରକାରେ ରୋଡ ଶୋ’ ସମୟରେ କେଜରିଓ୍ବାଲଙ୍କୁ ବିରୋଧ କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ବିରୋଧ କରିବାକୁ ଯାଇ କିଛି ଲୋକ କଳା ପତାକା ଦେଖାଇଥିବା ବେଳେ ଆଉ କିଛି ଛାତ ଉପରେ ଠିଆ ହୋଇ ତାଙ୍କ ଉପରକୁ କାଗଜ ଫୋପାଡ଼ିଥିଲେ।

Share