Categories: ଖେଳ

ରୋନାଲ୍ଡିନୋଙ୍କୁ ଜେଲରୁ ବାହାର କରିବା ପାଇଁ ମେସି ଖର୍ଚ୍ଚ କଲେ ୨୯ କୋଟି ଟଙ୍କା

ବାର୍ସିଲୋନା,୧୪।୩- କାସିନୋ ମାଲିକଙ୍କ ଆମନ୍ତ୍ରଣରେ ପୂର୍ବତନ ବ୍ରାଜିଲ ଓ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ ପାସପୋର୍ଟ ସହ ପାରାଗୁଏ ଗସ୍ତ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ ସେଠାରେ ପୋଲିସ ଗିରଫ କରି ଜେଲକୁ ପଠାଇଛି। ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ପୁରୁଣା ବନ୍ଧୁ ଲିଓନେଲ ମେସି। ସର୍ବାଧିକ ୬ ଥର ବାଲୋନ ଡି’ଅର ସମ୍ମାନ ପ୍ରାପ୍ତ ମେସି ୩୯ ବର୍ଷୀୟ ରୋନାଲ୍ଡିନୋଙ୍କୁ ଜେଲରୁ ବାହାରକୁ ଆଣିବା ଲାଗି ୪ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ଏଥି ପାଇଁ ସେ ୪ ନିୟୁତ ୟୁରୋ ଖର୍ଚ୍ଚ କରିଛନ୍ତି। ଭାରତୀୟ ମୂଦ୍ରାରେ ସାଢ଼େ ୨୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ମେସି ଜୁନିୟର ସ୍ତରରେ ଷ୍ଟାର ହୋଇ ଉଭା ହେଉଥିବାବେଳେ ରୋନାଲ୍ଡିନୋ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଉଥିଲେ। ଏହାପରେ ରୋନାଲ୍ଡିନୋଙ୍କ ନେତୃତ୍ୱରେ ମେସି ଶୀର୍ଷ ସ୍ତରରେ ଖେଳିବା ଆରମ୍ଭ କରିଥିଲେ। ସେତେବେଳେ ଆରମ୍ଭ ହୋଇଥିବା ବନ୍ଧୁତା ଏବେ ପର୍ଯ୍ୟନ୍ତ ଅତୁଟ ରହିଛି। ଉଲ୍ଲେଖଯୋଗ୍ୟ, ଦୁହେଁ ୩ ବର୍ଷ ୪ ମାସ ଏକାଠି ବାର୍ସିଲୋନା ପାଇଁ ଖେଳିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ବାର୍ସିଲୋନା ଦୁଇ ଥର ଲା ଲିଗା ଲିଗ୍‌ ଚାମ୍ପିୟନ ହୋଇଥିବେଳେ ଥରେ ଚାମ୍ପିୟନ୍ସ ଲିଗ୍‌ ଜିତିଥିଲା।

Share