Categories: ଖେଳ

ରୋନାଲ୍ଡୋଙ୍କୁ ଆଶ୍ୱସ୍ତି

ବୁରିରାମ(ଥାଇଲାଣ୍ଡ), ୬।୬(ପି.ଟି.)- ପର୍ତ୍ତୁଗାଲ ତଥା ଜୁଭେଣ୍ଟସ୍‌ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳା କେସ୍‌ ପ୍ରତ୍ୟାହାର କରିନେଇଛନ୍ତି। ଗତ ମାସରେ ଲାସ୍‌ ଭେଗାସସ୍ଥିତ ନେଭାଡ ଷ୍ଟେଟ୍‌ କୋର୍ଟରେ ମାମଲାକୁ ଖାରଜ କରିବା ପାଇଁ ନୋଟିସ୍‌ ହୋଇଥିଲା। ତେବେ ଅଭିଯୋଗକାରିଣୀ ଆମେରିକୀୟ ମହିଳା କ୍ୟାଥରିନ ମେୟୋର୍ଗା ଓ ରୋନାଲ୍ଡେଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଛି କି ନାହିଁ କିଛି ଜଣାପଡ଼ିନାହିଁ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବରରେ କ୍ୟାଥରିନ ଅଭିଯୋଗ ଆଣିଥିଲେ କି, ୨୦୦୯ରେ ଲାସ ଭେଗାସର ଏକ ହୋଟେଲରେ ରୋନାଲ୍ଡୋ ତାଙ୍କୁ ବଳତ୍କାର କରିଥିଲେ। ସେତେବେଳେ ରୋନାଲ୍ଡୋ ରିୟଲ୍‌ ମାଡ୍ରିଡ୍‌ କ୍ଲବରେ ସାମିଲ ହୋଇଥିଲେ। ତେବେ ରୋନାଲ୍ଡୋ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଆସିଥିଲେ।

Share