Categories: ଖେଳ

ରୋନାଲ୍ଡୋଙ୍କ ଦେହରେ ନାହିଁ ଟାଟୁ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ୟ ପ୍ରସିଦ୍ଧ ଖେଳାଳିଙ୍କ ଭଳି ଦେହରେ ଟାଟୁ କରାଇ ନାହାନ୍ତି। ଏହା ପଛର କାରଣ ପ୍ରେରଣା ଦାୟକ। ପର୍ତ୍ତୁଗାଲର ଏହି ଷ୍ଟାର ଖେଳାଳି ନିୟମିତ ବ୍ୟବଧାନରେ ରକ୍ତ ଦାନ କରନ୍ତି। ଏଥିନେଇ ସେ ଦେହରେ କୌଣସି ଟାଟୁ କୁଟେଇ ନାହାନ୍ତି। ଏହାର ଅର୍ଥ ନୁହେଁ ଟାଟୁ କଟେଇ ଥିବା ବ୍ୟକ୍ତି ରକ୍ତଦାନ କରିପାରିବେ ନାହିଁ। କିନ୍ତୁ ଦେହରେ ଟାଟୁ କୁଟାଇଥିବା ବ୍ୟକ୍ତିଙ୍କୁ ରକ୍ତଦାନ କରିବା ପାଇଁ ଅତିକମ୍‌ରେ ୪ ମାସ ଅପେକ୍ଷା କରିବାକୁ ପଡ଼ିଥାଏ। ପ୍ରତ୍ୟେକ ଥର ରକ୍ତଦାନ ଦ୍ୱାରା ୩ ଜଣଙ୍କ ଜୀବନ ବଞ୍ଚାଇ ହେବ। ଏଣୁ ଏଭଳି ମହତ କାର୍ଯ୍ୟ ପାଇଁ ପ୍ରଶଂସକଙ୍କୁ ରକ୍ତଦାନ କରିବା ଲାଗି ରୋନାଲ୍ଡୋ କୁହନ୍ତି। ଉଲ୍ଲେଖଥାଉ କି, ଉଦାରତା ପାଇଁ ଜଣାଯାଉଥିବା ରୋନାଲ୍ଡୋ ୨୦୧୫ ନେପାଳ ଭୂମିକମ୍ପ ପରେ ସେଠାକାର ପିଲାଙ୍କ ବିପଦ ରିଲିଫ ପାଣ୍ଠିକୁ ୫ ନିୟୁତ ୟୁରୋ ଦାନ କରିଥିଲେ। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୯.୪୬ କୋଟି ଟଙ୍କା।

Share