Categories: ଖେଳ

ରୋନାଲ୍ଡୋଙ୍କ ରେକର୍ଡ

ଲିସବନ,୫।୯- ଜୁଭେଣ୍ଟସ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ଦଶମ ଥର ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ପର୍ତ୍ତୁଗୀଜ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ର ଜୋଆଓ ଫେଲିକ୍ସ ଓ ମାଞ୍ଚେଷ୍ଟର ସିଟିର ବର୍ନାଡୋ ସିଲ୍‌ଭାଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି। ପୂର୍ବତନ ରିଅଲ ମାଡ୍ରିଡ୍‌ ଷ୍ଟାର ୨୦୦୭ରୁ ଏହି ପୁରସ୍କାର ଉପରେ ପତିଆରା ସାବ୍ୟସ୍ତ କରିଆସୁଛନ୍ତି। ସେତେବେଳଠାରୁ କେବଳ ଦୁଇ ଥର ବିଫଳ ହୋଇଛନ୍ତି। ଚଳିତ ବର୍ଷ ବହୁ ଚ୍ୟାଲେଞ୍ଜ ସତ୍ତ୍ୱେ ନିଜ ଫର୍ମକୁ ବଜାୟ ରଖିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ଲିସବନଠାରେ ଉତ୍ସବରେ ଏହି ପୁରସ୍କାର ପାଇବା ପରେ ରୋନାଲ୍ଡୋ କହିଛନ୍ତି। ଗତ ସିଜନରେ ଜୁଭେଣ୍ଟସ ପାଇଁ ସେ ୨୮ ଗୋଲ କରିବା ସହ ୧୦ ଗୋଲରେ ସହାୟକ ହୋଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ତାଙ୍କୁ ଫିଫା ‘ଦ ବେଷ୍ଟ’ ପୁରସ୍କାର ତାଲିକାରେ ସ୍ଥାନ ମିଳିଛି।

Share