Categories: ଖେଳ

ରୋନାଲ୍ଡୋଙ୍କ ହ୍ୟାଟ୍ରିକ: ଫାଇନାଲରେ ପର୍ତ୍ତୁଗାଲ

ମାଡ୍ରିଡ୍‌, ୬।୬- ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତ୍ତୁଗାଲ ୩-୧ ଗୋଲରେ ସୁଇଜରଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ସହ ପର୍ତ୍ତୁଗାଲ ପ୍ରଥମ ୟୁଫା ନ୍ୟାଶନ୍ସ ଲିଗ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ପର୍ତ୍ତୁଗାଲ ଦଳକୁ ଏକ ଫ୍ରି କିକ୍‌ ମିଳିଥିଲା, ଯାହାକୁ ରୋନାଲ୍ଡୋ ଗୋଲରେ ପରିଣତ କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ରିକାର୍ଡୋ ରୋଡ୍ରିଗେଜ ପେନାଲ୍ଟିକୁ ଗୋଲରେ ପରିଣତ କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ମ୍ୟାଚ୍‌ର ୮୮ ଓ ୯୦ତମ ମିନିଟ୍‌ରେ ରୋନାଲ୍ଡୋ କ୍ରମାଗତ ଦୁଇଟି ଫିଲ୍ଡ ଗୋଲ ଦେଇ ବ୍ୟକ୍ତିଗତ ହ୍ୟାଟ୍ରିକ ପୂରଣ କରିବା ସହ ସୁଇଜରଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଥିଲେ। ଦଳ ଫାଇନାଲରେ ନେଦରଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ। ଅନ୍ୟପକ୍ଷରେ ସୁଇଜରଲାଣ୍ଡ ୩ୟ ସ୍ଥାନ ପାଇଁ ପରାଜିତ ହୋଇଥିବା ଦଳ ସହ ରବିବାର ପ୍ରତିଦ୍ୱନ୍ଦ୍ୱିତା କରିବ।

Share