Categories: ଖେଳ

ରୋନାଲ୍ଡୋ, ମେସିଙ୍କଠାରୁ ଅଧିକ ଦୌଡ଼ନ୍ତି କୋହଲି

ନୂଆଦିଲ୍ଲୀ,୭।୨- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ଫିଟ୍‌ କ୍ରିକେଟର। ବ୍ୟାଟିଂ ହେଉ କି, ଫିଲ୍ଡିଂ କୋହଲି ନିଜର ୨୦୦ ପ୍ରତିଶତ ଦିଅନ୍ତି। ଏକ ଭଲ ଇନିଂସବେଳେ ସେ ପିଚ୍‌ରେ କିମ୍ବଦନ୍ତୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କଠାରୁ ଅଧିକ ଦୌଡ଼ନ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟଚୟନକର୍ତ୍ତା ଏମ୍‌.ଏସ.କେ ପ୍ରସାଦ। ଏକ ସାକ୍ଷାତ୍‌କାରରେ କହିଛନ୍ତି, କୋହଲି କୌଣସି ମ୍ୟାଚ୍‌ରେ ବଡ଼ ଇନିଂସ ଖେଳିବାବେଳେ ଆଭରେଜ ୧୭ କିଲୋମିଟର ଦୌଡ଼ନ୍ତି। କିନ୍ତୁ କିଛି ପ୍ରଶଂସକ ବିଶ୍ୱାସ କରନ୍ତି, କ୍ରିକେଟରଙ୍କ ଅପେକ୍ଷା ଫୁଟ୍‌ବଲର ଅଧିକ ଫିଟ୍‌। ତେବେ ଫୁଟବଲ ଖେଳାଳିମାନେ ମ୍ୟାଚ୍‌ବେଳେ ୮ରୁ ୧୩ କି.ମି. ଦୌଡ଼ନ୍ତି। ରୋନାଲ୍ଡୋ ୯୦ ମିନିଟ୍‌ ମ୍ୟାଚ୍‌ରେ ୮.୩୮ କି.ମି. ଓ ମେସି ୭.୬ କି.ମି. ଦୌଡନ୍ତି।

Share