Categories: ଫୁରସତ

ରୋବୋଡଗ୍‌ ଆଷ୍ଟ୍ରୋ

ଫ୍ଲେ।ରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍‌ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍‌ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା ଆଷ୍ଟ୍ରୋ ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍‌ନୋଲୋଜିରେ ନିର୍ମିତ ଏହି ଡଗ୍‌କୁ ବସିବାକୁ କହିଲେ ବସୁଛି ଓ ଉଠିବାକୁ କହିଲେ ଉଠୁଛି। ଶୋଇପଡ କହିବା କ୍ଷଣି ତାହା ଶୋଇପଡୁଛି। ବୈଜ୍ଞାନିକମାନଙ୍କ କହିବା ମୁତାବିକ ଏହାର ଟେକ୍‌ନିକ୍‌ରେ ବିକାଶ କରାଗଲେ ତାହା ଆଗକୁ ବିଭିନ୍ନ ଭାଷା ମଧ୍ୟ ବୁଝିବାକୁ ସକ୍ଷମ ହେବ। ଏହା କିଛି ନ କହି କେବଳ ହାତରେ ସଙ୍କେତ ଦେଲେ ତାହାକୁ ଗ୍ରହଣ କରି କାର୍ଯ୍ୟ କରିବ ଏବଂ ବିଭିନ୍ନ ଲୋକ ଓ କୁକୁରକୁୁ ମଧ୍ୟ ଚିହ୍ନିପାରିବ। ଏହାକୁ ଡ୍ରୋନ୍‌ ଟିମ୍‌ ସହ ସାମିଲ କରାଗଲେ ପ୍ରତିରକ୍ଷା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିିବ। ଗାଇଡ୍‌ ଡଗ୍‌ ଭାବେ ଏହା କାମ କରିବ ବୋଲି ଗବେଷକମାନେ କହିଛନ୍ତି।

Share