Posted inଖେଳ

ରୋମାଞ୍ଚକ ହେବ ଭାରତ-ବେଲଜିୟମ ମୁକାବିଲା

ଭୁବନେଶ୍ୱର, ୮।୨(କ୍ରୀଡ଼ା ପ୍ରତିନିଧି)-
ଭାରତ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ମଧ୍ୟରେ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର ହାଇ ପ୍ରୋଫାଇଲ ମ୍ୟାଚ ଶନିବାର ଓ ରବିବାର ଦୁଇ ଦିନଧରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଶ୍ୱର ନମ୍ବରଓ୍ବାନ ଦଳକୁ ଭେଟିବାକୁ ଯାଉଥିବାରୁ ଘରୋଇ ପରିବେଶରେ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଇଛି ଭାରତ। ଅନ୍ୟପକ୍ଷରେ ହକି ବିଶ୍ୱକପ ଜିତିଥିବା ଗ୍ରାଉଣ୍ଡରେ ଆଉ ଏକ ମଧୁର ସ୍ମୃତି ନେଇ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି ବେଲଜିୟମ। ୨୦୧୮ରେ ଏହି କଳିଙ୍ଗ ଷ୍ଟାଡିୟମରେ ହିଁ ବେଲଜିୟମ ପ୍ରଥମଥରପାଇଁ ବିଶ୍ୱ ଚାମ୍ପିୟନ ମୁକୁଟ ପିନ୍ଧିଥିଲା।
ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଗତବର୍ଷ ଭାରତ ଖେଳି ନ ଥିଲା। ଏଥର କିନ୍ତୁ ପ୍ରଥମ ପଦାର୍ପଣରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି ମନପ୍ରୀତ ବାହିନୀ। ତେବେ ବେଲଜିୟମ ବିପକ୍ଷ ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଉଭୟ କୋଚ୍‌ ଗ୍ରାହାମ ରିଡ୍‌ ଓ ଅଧିନାୟକ ମନପ୍ରୀତ ସିଂ ସ୍ବିକାର କରିଛନ୍ତି। ନେଦରଲାଣ୍ଡ୍ସ ବିପକ୍ଷ ପ୍ରଥମ ମ୍ୟାଚକୁ ୫-୨ରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ମ୍ୟାଚ ୩-୩ ଗୋଲରେ ବରାବର ରହିବାପରେ ଶୁଟ୍‌ଆଉଟରେ ଘରୋଇ ଦଳ ୩-୧ଗୋଲରେ ବିଜୟୀ ହୋଇଥିଲା। କିଛିଦିନର ବ୍ୟବଧାନ ପରେ ଭାରତ ପ୍ରୋ ଲିଗ୍‌ରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଯାଉଛି। ଫଳରେ ୫ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଖସିଛି। ୪ ମ୍ୟାଚରୁ ୧୧ ପଏଣ୍ଟ ସହିତ ବେଲଜିୟମ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ ସମାନ ମ୍ୟାଚରୁ ୭ ପଏଣ୍ଟ ପାଇ ନେଦରଲାଣ୍ଡ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ୬ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ୩ୟ ଓ ଜର୍ମାନୀ ୫ ପଏଣ୍ଟ ପାଇ ୪ର୍ଥ ସ୍ଥାନ ଅଧିକାର କରିଛି। ଚଳିତ ଲିଗ୍‌ରେ ବେଲଜିୟମ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।
ସଂଘର୍ଷପୂର୍ଣ୍ଣହେବ
ନେଦରଲାଣ୍ଡ୍ସ ବିପକ୍ଷରେ ବିଜୟ ଭାରତୀୟ ଦଳର ମନୋବଳକୁ ନିଶ୍ଚିତ ଦୃଢ଼ କରିଥିବ। ତେଣୁ ଆଗାମୀ ମ୍ୟାଚରେ ଘରୋଇ ଦଳ କଡ଼ା ଚ୍ୟାଲେଞ୍ଜ ଦେବା ସ୍ବାଭାବିକ। ଗତ ୨ଟି ମ୍ୟାଚରେ ଆମେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ହରାଇଥିଲେ ହେଁ ଭାରତ ବିପକ୍ଷ ମ୍ୟାଚ ସମ୍ପୂର୍ଣ୍ଣ ଭିନ୍ନ ରହିବ। ପୂର୍ବ ମ୍ୟାଚରେ ଭାରତ ନିଜର ଶକ୍ତି ଦେଖାଇ ସାରିଛି। ତେଣୁ ମୁକାବିଲା କଷ୍ଟସାଧ୍ୟ ହେବ ବୋଲି ଆଶା କରୁଛୁ। ତେବେ ଆମେ ଭାରତ ପରି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବାକୁ ଆଗ୍ରହର ସହିତ ଅପେକ୍ଷା କରିଛୁ। କାରଣ ଆମେ ଅଲିମ୍ପିକ୍ସ ପୂର୍ବରୁ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛୁ ବୋଲି ବେଲଜିୟମ ଅଧିନାୟକ ଥୋମାସ ବ୍ରେଲ୍ସ ପ୍ରକାଶ କରିଛନ୍ତି। ଭାରତ ଘରୋଇ ପରିବେଶରେ ଖେଳିବାକୁ ଯାଉଥିଲେ ହେଁ କଳିଙ୍ଗ ଷ୍ଟାଡିୟମରେ ପୂର୍ବ ଅନୁଭୂତିରୁ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି ବେଲଜିୟମ। ଆମେ ଯେଉଁ ଗ୍ରାଉଣ୍ଡରେ ବିଶ୍ୱ ଚାମ୍ପିୟନ ହୋଇଥିଲୁ ପୁଣିଥରେ ସେଠାକୁ ଖେଳିବାକୁ ଆସିଥିବାରୁ ବହୁତ ଖୁସି। ଏଠାରେ ଆମର ଅନେକ ମଧୁର ସ୍ମୃତି ରହିଛି। ଏଠାକାର ଦର୍ଶକ ମଧ୍ୟ ବହୁତ ଭଲ ବୋଲି ବ୍ରେଲ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri