ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କଲା ଭାରତ

ମ୍ୟାନମାର,୧୪।୭: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ଭାରତ ମ୍ୟାନମାରରେ ୨୫୦ ଘର ତିଆରି କରି ସେଠାକାର ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପରେ ମ୍ୟାନମାରର ବୈଦେଶିକ ସଚିବ ବାଂଲାଦେଶ ଗସ୍ତ କରି ସେଠାରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ ହେବ। ମ୍ୟାନମାରରେ ସାମାଜିକ, ଧାର୍ମିକ ଓ ଜାତୀୟ ଉତ୍ପୀଡନକୁ ସହ୍ୟ କରି ନ ପାରି ଅଧିକାଂଶ ରୋହିଙ୍ଗ୍ୟା ବାଂଲାଦେଶ ପଳାୟନ କରିଛନ୍ତି। ମ୍ୟାନମାରର ବୈଦେଶିକ ସଚିବ ଚଳିତ ମାସ ଶେଷ ସୁଦ୍ଧା ବାଂଲାଦେଶ ଆସି ପାରନ୍ତି ବୋଲି କୁହାଯାଉଛି। ତାଙ୍କର ଏହି ଗସ୍ତ ପରେ ରୋହିଙ୍ଗ୍ୟାମାନେ ମ୍ୟାନମାନ ଫେରିଯିବାକୁ ସୁରକ୍ଷିତ ମଣିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ମ୍ୟାନମାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଜୁଲାଇ ୯ରେ ରୋହିଙ୍ଗ୍ୟାଙ୍କ ପାଇଁ ତିଆରି ହୋଇଥିବା ୨୫୦ ଘରକୁ ହସ୍ତାନ୍ତର କରିଥିଲେ। ୨୦୧୭ରେ ଭାରତ ଓ ମ୍ୟାନମାର ସରକାରଙ୍କ ଦ୍ୱାରା ଏହି ପ୍ରୋଜେକ୍ଟ ସାଇନ୍‌ କରାଯାଇଥିଲା। ଏହି ସବୁ ଘର ଭୂକମ୍ପ ଓ ବାତ୍ୟା ନିରୋଧକ ବୋଲି କୁହାଯାଉଛି।

Share