Categories: ଜାତୀୟ

ରୋହିଙ୍ଗ୍ୟାଙ୍କ ମନରେ ଭାରତ ବିରୋଧରେ ବିଷ ମଞ୍ଜି ବୁଣୁଛି ଜୈଶ୍‌: ବିଏସ୍‌ଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଜାରି ରଖିଛି। ମ୍ୟାନ୍‌ମାର୍‌ରୁ ଭାରତ ଏବଂ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାଙ୍କ ମନରେ ଆଇଏସ୍‌ଆଇ ନିର୍ଦ୍ଦେଶରେ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ବିଷ ମଞ୍ଜି ବୁଣୁଛି। ରୋହିଙ୍ଗ୍ୟାଙ୍କୁ ସଂଗଠନରେ ସାମିଲ୍‌ କରାଇବା ସହିତ ତାଲିମ୍‌ ଦେବାକୁ ଜୈଶ୍‌ ଯୋଜନା କରିଥିବା ବିଏସ୍‌ଏଫ୍‌ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ-ବାଂଳାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share