ରୋହିଙ୍ଗ୍ୟା ସମସ୍ୟା: ବିଶ୍ୱ ସମୁଦାୟର ସହଯୋଗ ଲୋଡିଲା ଜାତିସଂଘ

ଜେନେଭା,୨୭।୪: ବାଂଲାଦେଶରେ କୋକ୍ସ୍‌ ବଜାର ଶରଣାର୍ଥୀ ଶିବିରରେ ଥିବା ରୋହିଙ୍ଗ୍ୟାଙ୍କ ସହାୟତା ପାଇଁ ଜାତିସଂଘ ପକ୍ଷରୁ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ାଯାଇଛି। ଏଠାରେ ୭ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ରହିଛନ୍ତି। ଦକ୍ଷିଣ-ପୂର୍ବ ବାଂଲାଦେଶର କେତେକ ଶିବିରରେ ୧.୨ ନିୟୁତରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ଦୟନୀୟ ଅବସ୍ଥାରେ ଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ଜାତିସଂଘ ମାନିବକ ଅଧିକାର ଉପ ମହାସଚିବ ମାର୍କ ଲୋକକ୍‌ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସଦସ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଶରଣାର୍ଥୀମାନେ କିପରି ମ୍ୟାନମାର୍‌କୁ ସ୍ବେଚ୍ଛାକୃତ ଭାବେ ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ କାର୍ଯ୍ୟ ଧାରା ପ୍ରସ୍ତୁତି ଉପରେ ଲୋକକ୍‌ ଗୁରୁତ୍ୱାରୋପ କରିଛନ୍ତି।

Share