ରୋହିତଙ୍କ ଛକାରେ ଦର୍ଶକ ଆହତ

ବର୍ମିଂହାମ,୩।୭- ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ୨୮ ରନ୍‌ରେ ବିଜୟୀ ହୋଇଛି। ଏହି ଇନିଂସ ଅବସରରେ ରୋହିତ ୫ ଛକା ଓ ୭ ଚୌକା ଲଗାଇଥିଲେ। ତାଙ୍କର ଗୋଟିଏ ଛକା ଦ୍ୱାରା ଜଣେ ମହିଳା ପ୍ରଶଂସକ ସାମାନ୍ୟ ଆହତ ହୋଇଛନ୍ତି। ଉକ୍ତ ମହିଳାଙ୍କ ନାମ ମିନା ବୋଲି ଜଣାପଡ଼ିଛି। ମ୍ୟାଚ୍‌ ପରେ ରୋହିତ ତାଙ୍କୁ ଅଟୋଗ୍ରାଫ ସମ୍ଭଳିତ କମଳା ରଙ୍ଗର ଟୋପି ଉପହାର ଦେଇଛନ୍ତି। ରୋହିତଙ୍କ ଛକାକୁ କ୍ୟାଚ୍‌ କରିବା ଲାଗି ଦର୍ଶକମାନେ ଭିଡ଼ ଜମାଇଥିଲେ। ହେଲେ କେହି କ୍ୟାଚ୍‌ ଧରିପାରି ନ ଥିଲେ। ଫଳରେ ବଲ ମିନାଙ୍କ ମୁହଁରେ ବାଜିଥିଲା।

Share