Categories: ଖେଳ

ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ

ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ
ରାଞ୍ଚି,୨୦।୧୦- ଦିନିକିଆ ଫର୍ମାଟରେ ୩ ଦ୍ୱିଶତକ କରିସାରିଥିବା ଭାରତୀୟ ଓପନର ରୋହିତ ଶର୍ମା ନିଜ କ୍ୟାରିୟରରେ ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ୮୭ତମ ଓଭରର ପ୍ରଥମ ବଲକୁ ଛକା ଲଗାଇ ଦ୍ୱିଶତକ ପୂରଣ କରିଥିଲେ। ଏହି ଓଭରରେ ଲୁଙ୍ଗି ଏନ୍‌ଗିଡିଙ୍କୁ ପୁଲ ଶଟ୍‌ ଖେଳି ଆଉ ଏକ ଛକା ମାରିଥିଲେ। ଏହାର ପରବର୍ତ୍ତୀ ଓଭରର କାଗିସୋ ରବାଡାଙ୍କ ପ୍ରଥମ ବଲରେ ପୁଣି ବଡ଼ ଶଟ ଖେଳିବାକୁ ଯାଇ ରୋହିତ ଏନ୍‌ଗିଡିଙ୍କୁ କ୍ୟାଚ୍‌ ଦେଇଥିଲେ। ଆଉଟ୍‌ ହେବା ପୂର୍ବରୁ ରୋହିତ ୨୫୫ ବଲର ସମ୍ମୁଖୀନ ହୋଇ ୨୧୨ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୨୮ ଚୌକା ଓ ୬ ଛକା ସାମିଲ ଥିଲା। ଏହା ବ୍ୟତୀତ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ୧୧୫ ଶତକୀୟ ଇନିଂସ ଖେଳିଥିଲେ।

Share