Categories: ଖେଳ

ରୋହିତଙ୍କ ପ୍ରଶଂସାରେ ପାକିସ୍ତାନ କ୍ରିକେଟର: କହିଲେ, ମୋ ଭାଇଙ୍କଠାରୁ ସେ ଭଲ ଖେଳୁଛନ୍ତି

ଇସଲମାବାଦ, ୧୦।୭: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ଶତକୀୟ ଇଂନିସ ଖେଳିବା ପରେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି ପାକିସ୍ତାନ କ୍ରିକେଟର ମୁସ୍ତାକ ମହମ୍ମଦ। ସେ କହିଛନ୍ତି, ରୋହିତ ଶର୍ମାଙ୍କ ବ୍ୟାଟିଂ ଷ୍ଟାଇଲ୍‌ ନିଆରା। ତାଙ୍କର ସଟ୍‌ ଖେଳିବାର ଟେକ୍‌ନିକ୍‌ ଯୋଗୁ ହିଁ ସେ ଆଜି ଜଣେ ବିଶ୍ୱପ୍ରସିଦ୍ଧ ଖେଳାଳି ହୋଇପାରିଛନ୍ତି। ସେ ମୋ ତିନି ଭାଇ(ହନିଫ୍‌, ସାଦିକ ଓ ଓ୍ବାଜିର)ଏବଂ ମୋଠାରୁ ବି ବହୁତ ଭଲ ଖେଳୁଛନ୍ତି ବୋଲି ମୁସ୍ତାକ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ୯ଟି ମ୍ୟାଚ ଖେଳି ୬୪୭ ରନ କରିଛନ୍ତି ରୋହିତ। ଏଥିମଧ୍ୟରେ ୫ଟି ଶତକ ସାମିଲ ଅଛି।

Share