Categories: ଖେଳ

ରୋହିତଙ୍କ ରେକର୍ଡ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଟି୨୦ ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହେବାର ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ ପୂର୍ବରୁ ରୋହିତ ସର୍ବାଧିକ ରନ୍‌ କରିଥିବା ବିରାଟ କୋହଲିଙ୍କ ଠାରୁ ମାତ୍ର ୮ ରନ୍‌ ପଛରେ ଥିଲେ। ଏହି ବ୍ୟବଧାନକୁ ରୋହିତ (୯) ପ୍ରଥମ ଓଭରରେ ହିଁ ହାସଲ କରିନେଇଥିଲେ। ସେ ସାଫିଉଲ ଇସଲାମଙ୍କ ପଞ୍ଚମ ବଲରେ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ଏଥିରୁ ବର୍ତ୍ତିବା ଲାଗି ଡିଆରଏସ୍‌ ମଧ୍ୟ ନେଇଥିଲେ, ଯାହା ବିଫଳ ହୋଇଥିଲା। ସେ ଏପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ୨୪୫୦ ରନ୍‌ କରିଛନ୍ତି। ତେବେ ଏହା ଥିଲା ରୋହିତଙ୍କ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରର ୯୯ତମ ମ୍ୟାଚ୍‌। ଏଥିସହ ଭାରତ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ଟି୨୦ ଖେଳିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି।

Share