Categories: ଖେଳ

ରୋହିତଙ୍କ ଶତକ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା (୧୧୪*) ଶତକ ହାସଲ କରିଛନ୍ତି। ତାଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ରହିଛି। ଏହା ତାଙ୍କ କ୍ୟାରିୟରର ୨୮ତମ ଶତକ। ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର (୫୧ ଶତକ) ଓ ବିରାଟ କୋହଲି (୪୩) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

Share