Categories: ଖେଳ

ରୋହିତ-କୋହଲିଙ୍କ ମଧ୍ୟରେ ୧ ରନ୍‌ର ବ୍ୟବଧାନ

ଥିରୁଭାନନ୍ତପୁରମ,୯।୧୨- ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସବୁଠୁ ଅଧିକା ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହେବା ପାଇଁ ଦୀର୍ଘ ଦିନ ହେଲା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ରବିବାର ଏଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ପୁଣି ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି। ମ୍ୟାଚ୍‌ ପୂର୍ବରୁ ରୋହିତ (୨୫୪୭) କୋହଲି (୨୫୪୪)ଙ୍କଠାରୁ ୩ ରନ୍‌ ଆଗରେ ଥିଲେ। ମ୍ୟାଚ୍‌ରେ ରୋହିତ ୧୫ ଓ କୋହଲି ୧୯ ରନ୍‌ କରି ଆଉଟ ହେବାରୁ ଉଭୟଙ୍କ ମଧ୍ୟର ବ୍ୟବଧାନ ୧ ରନ୍‌କୁ ଖସି ଆସିଛି। କୋହଲି ୨୫୬୩ ରନ୍‌ ସହ ଶୀର୍ଷରେ ଥିବାବେଳେ ୨୫୬୨ ରନ୍‌ କରିଥିବା ରୋହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Share