Categories: ଖେଳ

ରୋହିତ-ଧାଓ୍ବନଙ୍କ ରେକର୍ଡ

ରାଜକୋଟ,୮।୧୧- ଭାରତୀୟ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କ ଯୋଡ଼ି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନିଂ ଯୋଡ଼ି ୧୦.୫ ଓଭରରେ ୧୧୮ ରନ୍‌ ଯୋଡ଼ିଥିଲା। ଟି୨୦ ଫର୍ମାଟରେ ରୋହିତ ଓ ଧାଓ୍ବନଙ୍କ ଓପନିଂ ଯୋଡ଼ି ପାଇଁ ଏହା ଚତୁର୍ଥ ଶତକୀୟ ଭାଗୀଦାରି। କ୍ରିକେଟର ଛୋଟିଆ ଫର୍ମାଟରେ ଏହା ଯେ କୌଣସି ଓପନିଂ ଯୋଡ଼ି ପାଇଁ ସର୍ବାଧିକ। ଏହି ତାଲିକାରେ ଅଷ୍ଟ୍ରେଲିଆର ସେନ ଓ୍ବାଟସନ-ଡେଭିଡ ଓ୍ବାର୍ନର, ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ-କେନ ଓ୍ବିଲିୟମସନ, ଭାରତର ରୋହିତ-ବିରାଟ କୋହଲି, ନ୍ୟୁଜିଲାଣ୍ଡ ଗୁପଟିଲ-କଲିନ ମୁନ୍‌ରୋଙ୍କ ଓପନିଂ ଯୋଡ଼ି ରହିଛି। ଏହି ସମସ୍ତ ଯୋଡ଼ି ଅନ୍ତର୍ଜାତୀୟ ଟି୨୦ରେ ୩ ଥର ଶତକୀୟ ଭାଗୀଦାରି କରିଛନ୍ତି। ଉଲ୍ଲେଖଥାଉ କି, ରୋହିତ ୪୩ ବଲରୁ ବିସ୍ଫୋରକ ୮୫ ଓ ଧାଓ୍ବନ ୩୧ ରନ୍‌ କରି ଭାରତୀୟ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Share