Categories: ଖେଳ

ରୋହିତ, ଧାଓ୍ବନ ଆହତ

ରାଜକୋଟ,୧୮।୧(ପି.ଟି.)- ଦୁଇ ଭାରତୀୟ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳିବା ଅବସରରେ ଏହି ଦୁଇ ଖେଳାଳି ଆହତ ହୋଇଛନ୍ତି। ବ୍ୟାଟିଂ କରିବା ବେଳେ ପ୍ୟାଟ କୁମିନ୍ସଙ୍କ ଏକ ବାଉନ୍ସର ଧାଓ୍ବନଙ୍କ ଛାତିର କଡ଼ରେ ବାଜିଥିଲା। ଆହତ ହେବା ସତ୍ତ୍ୱେ ସେ ବ୍ୟାଟିଂ ଜାରି ରଖିଥିଲେ। ତୃତୀୟ ତଥା ଅନ୍ତିମ ଦିନିକିଆ ବେଳକୁ ସେ ସୁସ୍ଥ ହୋଇଯାଇଥିଲେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ପ୍ରକାଶ କରିଛି।
ସେହିପରି ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ରୋହିତ ବାମ ହାତରେ ଆଘାତ ପାଇଥିଲେ। ୪୩ ତମ ଓଭରରେ ଡିପ୍‌ ପଏଣ୍ଟରେ ଏକ ଚୌକାକୁ ରୋକିବାକୁ ଯାଇ ଆହତ ହେବାସହ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହାପରେ ସେ ଫିଜିଓ ନୀତୀନ ପଟେଲଙ୍କ ସହ ପଡିଆ ବାହାରକୁ ଯାଇଥିଲେ। ତାଙ୍କ ବଦଳରେ କେଦାର ଯାଦବ ଫିଲ୍ଡିଂ କରିବାକୁ ଆସିଥିଲେ। ଖୁବ୍‌ଶୀଘ୍ର ଏହି ଦୁଇ ଖେଳାଳିଙ୍କ ଇଞ୍ଜୁରି ସଂକ୍ରାନ୍ତରେ ସୂଚନା ଦିଆଯିବ ବୋଲି ଆଶା କରାଯାଉଛି।

Share