Categories: ଖେଳ

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର ଅପରାଜିତ ଭାଗୀଦାରି କରିଛନ୍ତି। ଦିନିକିଆ କ୍ରିକେଟରେ ରାହୁଲ-ରୋହିତଙ୍କ ଓପନିଂ ଯୋଡ଼ି ୪ର୍ଥ ଥର ପାଇଁ ୧୦୦ ରନ୍‌ ଅତିକ୍ରମ କରିଛନ୍ତି। ପୂର୍ବରୁ ଦୁହେଁ ପାକିସ୍ତାନ ବିପକ୍ଷରେ ମ୍ୟାଞ୍ଚେଷ୍ଟରଠାରେ ୧୩୬ ରନ୍‌ କରିଥିଲେ। ସେହିଭଳି ବାଂଲାଦେଶ ବିପକ୍ଷରେ ଏଜବାଷ୍ଟନ ଓ ଶ୍ରୀଲଙ୍କା ବିପକ୍ଷରେ ଲିଡ୍ସଠାରେ ଯଥାକ୍ରମେ ୧୮୦ ଓ ୧୮୯ ରନ୍‌ର ଭାଗୀଦାରି କରିଥିଲେ। ଆକ୍ରମଣାତ୍ମକ ଷ୍ଟାଇଲରେ ଖେଳୁଥିବା ଲୋକେଶ ରାହୁଲ ୭୫ (୭ ଚୌକା ଓ ୩ ଛକା) ଓ ରୋହିତ ଶର୍ମା ୬୭ (୮ ଚୌକା ଓ ଏକ ଛକା) ରନ୍‌ କରି ଅପରାଜିତ ଅଛନ୍ତି।

Share