Categories: ଖେଳ

ରୋହିତ ଲା ଲିଗାର ବ୍ରାଣ୍ଡ ଆମ୍ପାସାଡର

ମୁମ୍ବାଇ,୧୩।୧୨(ପି.ଟି.)- ଭାରତୀୟ ତାରକା ଓପନର ରୋହିତ ଶର୍ମା ସ୍ପାନିଶ୍‌ ଫୁଟବଲ ଲିଗ୍‌ ଲା ଲିଗାର ପ୍ରଥମ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ସେ ଏହି କ୍ରମରେ ସ୍ପାନିଶ୍‌ ଫୁଟବଲ କ୍ଲବ ରିୟଲ ମାଡ୍ରିଡ ପାଇଁ ପ୍ରଥମ ଭାରତୀୟ ଭାବେ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ନନ୍‌ ଫୁଟବଲର ଭାବେ ସେ ଲିଗ୍‌ ଇତିହାସ ପ୍ରଥମ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ୨୦୧୭ ପରଠାରୁ ଲା ଲିଗା ଭାରତରେ ଫୁଟବଲର ବିକାଶ ନେଇ ପ୍ରୟାସ କରିଆସୁଛି। କ୍ରିକେଟ ଇତିହାସରେ ରୋହିତ ଏକ ମାତ୍ର ବ୍ୟାଟ୍ସମ୍ୟାନ ଭାବେ ଦିନିକିଆରେ ୩ଟି ଦ୍ୱିଶତକ ଅର୍ଜନ କରିଛନ୍ତି। ୨୬୪ ରନର ଦ୍ୱିଶତକୀୟ ପାଳି ଖେଳି ସେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।
ଲା ଲିଗ୍‌ ସହିତ ଜଡିତ ହୋଇ ବେଶ୍‌ ଆନନ୍ଦିତ ବୋଲି ରୋହିତ କହିଛନ୍ତି। ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରି ଲା ଲିଗା ଭାରତୀୟ ଫୁଟବଲ ବିକାଶରେ ସାମିଲ ହୋଇଛି। ଏବେ ଲା ଲିଗା ସହିତ ଭାରତୀୟ ପ୍ରଶଂସକମାନେ ଜଡିତ ହୋଇପାରିବେ ବୋଲି ରୋହିତ କହିଛନ୍ତି। ସାରା ବିଶ୍ୱକୁ ଦୃଷ୍ଟିରେ ରଖିଲେ ଭାରତ ଲା ଲିଗା ପାଇଁ ଏକ ବୃହତ୍‌ ତଥା ଗୁରୁତ୍ୱପୂର୍ଣ୍ଣ ମାର୍କେଟ ବୋଲି ଏହି ଲିଗ୍‌ର ଇଣ୍ଡିଆ ମେନେଜିଂ ଡାଇରେକ୍ଟର ଜୋସ ଆଣ୍ଟୋନିଓ କାଚାଜା କହିଛନ୍ତି। ଭାରତରେ ଫୁଟବଲ୍‌କୁ ନେଇ ବେଶ୍‌ ଆଗ୍ରହ ରହିଛି। ବର୍ତ୍ତମାନ ଭାରତରେ ଏକାଧିକ କ୍ରିକେଟ ସୁପରଷ୍ଟାର ରହିଥିଲେ ମଧ୍ୟ ରୋହିତ ବ୍ରାଣ୍ଡ ଆମ୍ବାସାଡର ପାଇଁ ଉପଯୁକ୍ତ। ଜଣେ ସଫଳ କ୍ରିକେଟର ହୋଇଥିଲେ ମଧ୍ୟ ରୋହିତ ଲା ଲିଗା ତଥା ଫୁଟବଲର ଜଣେ ବଡ଼ ପ୍ରଶଂସକ ବୋଲି କାଚାଜା କହିଛନ୍ତି।

Share