Categories: ଖେଳ

ରୋହିତ ଶର୍ମାଙ୍କ ପରେ ଏହି କ୍ରିକେଟରଙ୍କୁ ଦିଲ୍‌ ଦେଇଛନ୍ତି ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ୍‌

କ୍ରିକେଟ୍‌ ଏବଂ ବଲିଉଡ୍‌ ସମ୍ପର୍କ ବହୁ ପୁରୁଣା। କ୍ରିକେଟର୍‌ଙ୍କ ସହ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗିରହିଥାଏ। ଏବେ ସିଂଘମ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲଙ୍କୁ ଉଠିଛି ଚର୍ଚ୍ଚା। ଦିନ ଥିଲା ଭାରତୀୟ ଓପନର୍‌ ରୋହିତ୍‌ ଶର୍ମା ଏବଂ କାଜଲଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଆଲୋଚନା ଚାଲିଥିଲା। ରୋହିତ୍‌ଙ୍କ ବିବାହ ପରେ ଏହି ଚର୍ଚ୍ଚାରେ ଯବନିକା ପଡିଥିଲା। ଏବେ କାଜଲ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ଏମ୍‌ଏସ ଧୋନୀଙ୍କ ପ୍ରେମରେ ବାୟା ଅଛନ୍ତି। ଉଭୟ ବିବାହ କରିସାରିଥିଲେ ମଧ୍ୟ କାଜଲ ଧୋନୀ ଏବଂ କୋହଲିଙ୍କ ଦକ୍ଷତାକୁ ବେଶ୍‌ ପ୍ରଶଂସା କରିଛନ୍ତି। ତାଙ୍କ ବ୍ୟାଟିଂ ଦେଖିବାକୁ ମୁଁ ପାଗଳ। କେବଳ ବ୍ୟାଟିଂ ନୁହେଁ, ଉଭୟଙ୍କ ବ୍ୟକକ୍ତିତ୍ୱ ମୋତେ ଖୁବ୍‌ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି।

Share