Categories: ଖେଳ

ରୋହିତ ଶର୍ମାଙ୍କ ଫଟୋକୁ ଯୁବତୀ ବେଶରେ ସଜାଇ ଫଟୋ ଛାଡିଲେ ଏହି ଭାରତୀୟ କ୍ରିକେଟର

ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌କୁ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି। ଭାରତୀୟ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ମଜାଦାର ଭିଡିଓ ଏବଂ ଫଟୋ ପୋଷ୍ଟ କରିଥାନ୍ତି। ଟିକ୍‌ଟକ୍‌ ହେଉ ବା ଇନଷ୍ଟାଗ୍ରାମ ସେ ସବୁଥିରେ ଆକ୍ଟିଭ୍‌। ନିକଟରେ ସେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ସେ ସାଥୀ ଖେଳାଳି ରୋହିତ ଶର୍ମାଙ୍କୁ ଯୁବତୀ ରୂପରେ ସଜାଇ ଫଟୋ ଛାଡିଛନ୍ତି। ଏହସହ ସେ ରୋହିତ ଶର୍ମାଙ୍କୁ ରୋହିତା ଶର୍ମା ଭାଇ କ୍ୟୁଟ୍‌ ଦେଖାଯାଉଛ ବୋଲି କହିଛନ୍ତି। ଏପର୍ଯ୍ୟନ୍ତ ରୋହିତଙ୍କ ପ୍ରତିକ୍ରିୟା ଆସିନାହିଁ।

Share