Categories: ଖେଳ

ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ପାଗଳ ପାକିସ୍ତାନର ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌

କରାଚି, ୧୪।୧: ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଯେତେବେଳେ ପଡିଆରେ ବ୍ୟାଟିଂ କରୁଥାନ୍ତି ସେତେବେଳେ ଟିଭି ଆଗରୁ ଉଠି ନ ଥାଏ ବୋଲି କହିଛନ୍ତି ପାକିସ୍ତାନର ପ୍ରସିଦ୍ଧ କ୍ରିକେଟର୍‌ ଜାହିର ଆବ୍ବାସ। ଭାରତୀୟ କ୍ରିକେଟର ପ୍ରଦର୍ଶନ ଉପରେ ଆଲୋଚନା କରି ସେ ରୋହିତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ରୋହିତ ବ୍ୟାଟିଂ କରୁଥିବାବେଳେ ଦେଖିବାକୁ ମଜା ଆସିଥାଏ। ତାଙ୍କ ବ୍ୟାଟିଂ ଷ୍ଟାଇଲ୍‌ ନିଆରା ଏବଂ ସେ ବଲ୍‌କୁ ଖୁବ୍‌ଶୀଘ୍ର ପଢିପାରନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ ରୋହିତ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏକଦିବସୀୟ ମ୍ୟାଚ୍‌ରେ ୨୭ଟି ଇନିଂଶ ଖେଳି ୫୭.୩୦ ହାରରେ ମୋଟ ୧୪୯୦ରନ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ୭ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ ଥିଲା।

Share